ପୁଣି ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଦେଶରେ କରୋନା ମହାମାରୀରେ ଅନେକଙ୍କ ଜୀବନ ନେଇଛି । କିନ୍ତୁ ସରକାର ତଥ୍ୟ ଅନୁସାରେ ଦେଶରରେ କରୋନାରେ ୫ ଲକ୍ଷ ୨୧ ହଜାର ୭୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ସଂଖ୍ୟାକୁ ମିଛ କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଯେ, ୫ ଲକ୍ଷ ନୁହେଁ ୪୦ ଲକ୍ଷ ଭାରତୀୟଙ୍କ ଜୀବନ ଯାଇଛି । ସେିହପରି ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, ମୋଦୀ ଜୀ ସତ କହୁ ନାହାନ୍ତି କି କାହାକୁ କହିବାକୁ ଦେଉ ନାହାନ୍ତି । ରାହୁଲ ଆହୁରି କହିଛନ୍ତି ଯେ ମୁଁ ପୂର୍ବରୁ କହିସାରିଛି କରୋନାବେଳେ ସରକାରଙ୍କ ଅବହେଳରୁ ୫ ଲକ୍ଷ ନୁହେଁ ୪୦ ଲକ୍ଷ ଭାରତୀୟଙ୍କ ମୃତ୍ୟୁ ହୋଇଛି ।