ପୁଣି ଅସୁସ୍ଥ ଆରଜେଡି ମୁଖ୍ୟ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଅଣାଯିବ । ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାରେ କ୍ରିଏଟିନାଇନ ସ୍ତର ୪.୧ରୁ ୪.୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମେଡିକାଲ ବୋର୍ଡର ଏକ ବୈଠକ ଡକାଯାଇଛି । ସୂଚନାଯୋଗ୍ୟ ଯେ, ଲାଲୁ ପ୍ରସାଦଙ୍କୁ ଡୋରାଣ୍ଡା ଟ୍ରେଜେରୀ ଓ ଖାଇବା ଦୁର୍ନୀତିର ଘୋଟାଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କୁହାଯାଉଥିଲା ।

ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ଯେତେବେଳେ ଲାଲୁ ଯାଦବ ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଏହି ସବୁ ମାମଲା ଘଟିଥିଲା । ଅନ୍ୟପକ୍ଷରେ ଫେବୃଆରୀ ୧୫ରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ୧୩୯.୫କୋଟି ଟଙ୍କା ଘୋଟାଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।