ଭୁବନେଶ୍ୱର(ଏସ୍ ନ୍ୟୁଜ): ପୁଣି ଗୀତଗାଇବେ ରାନୁ ମଣ୍ଡଳ। ଦୀର୍ଘ ଦିନର ଅନ୍ତର ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ। କିଛିଦିନ ତଳେ ରେଳ ଷ୍ଟେସନରେ ଗୀତ ଗାଇ ରାତା ରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ଦୀପିକା ଚିଖାଲିଆଙ୍କ ଆଗାମୀ ଚଳଚିତ୍ର ସରୋଜିନୀରେ ଗୀତ ଗାଇବେ ରାନୁ।

ରାନୁ ହିମେଶ ରେଶମିଆଙ୍କ ଫିଲ୍ମରେ ‘ତେରି ମେରି ପ୍ରେମ କାହାନୀ’ ଗୀତ ଗାଇଁ ଦର୍ଶକଙ୍କୁ ମତୁଆଲା କରିଥିବା ରାନୀଙ୍କୁ ଦୀର୍ଘଦିନ ପରେ ପୁଣି ସିନେମାରେ ଗୀତ ଗାଇବାର ସୁଯୋଗ ମିଳିଛି । ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ । ଦୀପିକା ଚିଖାଲିଆଙ୍କ ଆଗାମୀ ଚଳଚିତ୍ର ସରୋଜିନୀରେ ଗୀତ ଗାଇବେ ରାନୁ । ଏନେଇ ଦୀପିକା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦୀପିକା ଟ୍ୱିଟ୍ ଯୋଗେ ରାନୁଙ୍କର ଏକ ଭିଡିଓ ବି ଛାଡି ଛନ୍ତି । ଯେଉଁଥିରେ ରାନୁ ତାଙ୍କର ଏହି ଆଗାମୀ ସିନେମା ବାବଦରେ କହୁଥିବାର ଶୁଣିବାକୁ ମିଳିଛିା ଏହି ପ୍ରୋଜେକ୍ଟରେ କାମ କରିବା ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣି ଥରେ ଚମକିବ ବୋଲି କୁହାଯାଉଛି ।
କରୋନା କାଳରେ କାମ ନପାଇ ବହୁ ଦୁଖରେ ଜୀବନ କାଟୁଥିଲେ ରାନୁ । କିଛି ସୋସିଆଲ ମିଡିଆର ଖବର ମୁତାବକ ରାନୁ ପୁଣିଥରେ ରେଳ ଷ୍ଟେସନକୁ ଫେରିଯିବାକୁ ଚାହୁଁଥିବା ବେଳେ ପ୍ରୋଜେକ୍ଟ ତାଙ୍କ ପାଇଁ ଜୀବନ ଜୀଇଁବା ପାଇଁ ଅନେକ ଖୋରାକ ଯୋଗଇବ ।

ଏଠାରେ ପ୍ରକାଶଥାଉକି, ‘ସରୋଜିନୀ’ ର କଥାବସ୍ତୁ ସ୍ୱାଧିନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ସ୍ୱାଧିନତା ସଂଗ୍ରାମ ସମୟରେ ମହିଳା ମାନଙ୍କର ଭୂମିକା । ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର,ମହିଳା ମାନଙ୍କୁ ସ୍ୱାବଲମ୍ବି କରାଇବାରେ ସରୋଜିନୀଙ୍କ ଭୁମିକା ଆଦିକୁ ଏହି ଚଳଚିତ୍ରରେ ଚିତ୍ରିତ କରାଯାଇଛି । ଆକାଶ ନାୟକ ଓ ଧୀରଜ ମିଶ୍ର ଏହି ଚଳଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳି ଥିବା ବେଳେ କାହାଣୀ ରଚନା କରିଛନ୍ତି ଧୀରଜ ମିଶ୍ର ଓ ଯଶୋମତୀ ଦେବୀ ।
ଏହି ଚଳଚିତ୍ର ରେ ରାନୁଙ୍କୁ କେତୋଟି ଗୀତ ଗାଇବାର ସୁଯୋଗ ଦିଆଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ରାନୁ ମଣ୍ଡଳ ଗୀତ ଗାଉଥିବା ଖବର ଆସିବା ପରେ ଏହି ଚଳଚିତ୍ରକୁ ଦେଖିବା ପାଇଁ ଦର୍ଶକ ମାନଙ୍କ ଭିତରେ ପୁଣିଥରେ ଉତ୍ସାହ ଦେଖିବାକୁ ମିଳିଛି ।