ଅହମ୍ମଦାବାଦ- ମେହସାନା (୬୪.୨୭ କିଲୋମିଟର) ଗେଜ ପରିବର୍ତ୍ତନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ବ୍ୟକ୍ତ
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ- ମେହସାନା (୬୪.୨୭ କିଲୋମିଟର) ଗେଜ ପରିବର୍ତ୍ତନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବାଣିଜ୍ୟ ଓ ଯୋଗାଯୋଗ ପାଇଁ ଏହା ବେଶ ଉପଯୋଗୀ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏହି ପ୍ରକଳ୍ପ ରେଳ ପରିଚାଳନାକୁ ସୁବ୍ୟବସ୍ଥିତ କରିବ, ଅହମ୍ମଦାବାଦ ଓ ମେହସାନା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବ ଏବଂ ଅହମ୍ମଦାବାଦ- ଦିଲ୍ଲୀ ମାର୍ଗରେ ମାଲ ପରିବହନ କ୍ଷମତା ବୃଦ୍ଧି କରିବ ।
ରେଳବାଇ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବାଣିଜ୍ୟ ଓ ଯୋଗାଯୋଗ ପାଇଁ ବେଶ ଉପଯୋଗୀ ହେବ ।”