ଦିଲ୍ଲୀ-ମସ୍କୋ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଦିଲ୍ଲୀ-ମସ୍କୋ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ । ପୂର୍ବ ନିର୍ଦ୍ଧାରିତ ସମସ୍ତ ଉଡାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ସୂଚନାଯୋଗ୍ୟ ଯେ, ରୁଷର ଆକାଶ ମାର୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ଗତିବିଧି ଯୋଗୁଁ ଯାତ୍ରୀଙ୍କୁ ବିପଦ ରହିଛି । ତେବେ ସବୁଠୁ ବଡ କଥା ହେଲା ହଠାତ ଏଭଳି ନିଷ୍ପତ୍ତି ପଛର କାରଣ ହେଉଛି ଅନ୍ତରାଷ୍ଟ୍ରୀୟ ଇନସ୍ୟୁରାନ୍ସ ଏଜେନ୍ସିର ନୂଆ ଘୋଷଣା । ରୁଷ ଆକାଶରେ ବିପଦକୁ ଦେଖି ଇନସ୍ୟୁରାନ୍ସ ଏଜେନ୍ସି ଗୁଡିକ ମସ୍କୋକୁ ଯିବା କିମ୍ୱା ସେଠାରୁ ଆସୁଥିବା ବିମାନ ଉଡାଣ ଉପରେ ଇନସ୍ୟୁରାନ୍ସ ଦେବାକୁ ମନା କରିଛନ୍ତି । ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ପକ୍ଷରୁ ମସ୍କୋକୁ ଉଡାଣ ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ସପ୍ତାହକୁ ଦୁଇଥର ମସ୍କୋକୁ ବିମାନ ଉଡାଣ କରିଥାଏ ଏୟାର ଇଣ୍ଡିଆର ।