ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ନୂଆ ସିଇଓ ଇଲକର ଐସିଙ୍କୁ ଟାଟା ସନ୍ସ ନିଯୁକ୍ତ କରିଛି । ବୋର୍ଡ ତରଫରୁ ବିଚାର ବିମର୍ଶ ପରେ ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ଏମଡି ରୂପେ ଇଲକର ଐସିଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଛି ।
ଆସନ୍ତା ଏପ୍ରିଲ ପହିଲାରୁ ଇଲକର କାର୍ଯ୍ୟଭାର ସମ୍ଭାଳିବେ ବୋଲି ସୂଚନା ମିଳିଛି । ଇଲକର ପୂର୍ବରୁ ତୁର୍କିଶ ଏୟାରଲାଇନ୍ସର ସିଇଓ ଥିଲେ ।