ବାୟୁ ପ୍ରଦୂଷଣ: ଦିଲ୍ଲୀରେ ଛୋଟପିଲାଙ୍କ ସ୍କୁଲ ଯିବା ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁମଣ୍ଡଳ ଭୟଙ୍କର ଭାବେ ପ୍ରଦୂଷିତ ହୋଇଯାଇଛି । ପରିଣାମ ସ୍ୱରୂପ ଷ୍ଟାଣ୍ଡାର୍ଡ ଫାଇଭ ପର୍ଯ୍ୟନ୍ତ କୁନିପିଲାଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି । କୁନିପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଉଦ୍‌ବେଗ ପ୍ରକାଶ କରି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଦିଲ୍ଲୀର ଆପ୍‌ ସରକାରଙ୍କ ଉଦାସୀନତାକୁ ସମାଲୋଚନା କରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ ଆପ୍‌ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶାସନ କାରଣରୁ ଦିଲ୍ଲୀ ଏବେ ଗ୍ୟାସ୍‌ ଚାମ୍ବର ଭିତରେ ରହିଛି । ଦିଲ୍ଲୀ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଆପ୍‌ ସରକାର ଆଦୌ ଚିନ୍ତିତ ନୁହନ୍ତି ।

ଦିଲ୍ଲୀର ପ୍ରଦୂଷିତ ବାୟୁମଣ୍ଡଳକୁ ଦୃଷ୍ଟିରେ ରଖି ଆପ୍‌ ସରକାର ସବୁ ଘରୋଇ ଓ ସରକାରୀ ସ୍କୁଲଗୁଡ଼ିକୁ କିଛିଦିନ ପାଇଁ ବନ୍ଦ କରିଦେବା ଉଚିତ ବୋଲି କହିଛନ୍ତି ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚଦେବା ।