ବିମାନରେ ନିଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ
ଚୀନର ଚୋଙ୍ଗକିଙ୍ଗ ବିମାନବନ୍ଦରରେ ଏକ ବିମାନରେ ନିଆଁ ଲାଗିବା ଫଳରେ କିଛି ଯାତ୍ରୀ ଆହତ…
ନୂଆଦିଲ୍ଲୀ: ଚୀନର ଚୋଙ୍ଗକିଙ୍ଗ ବିମାନବନ୍ଦରରେ ଏକ ବିମାନରେ ନିଆଁ ଲାଗିବା ଫଳରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏକ ଚୀନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୋଙ୍ଗକିଙ୍ଗରୁ ଲାସା ବିମାନରେ ଚୋଙ୍ଗକିଙ୍ଗ ଜିଆଙ୍ଗବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିଆଁ ଲାଗିଯାଇଛି । ତେବେ ସବୁଠୁ ବଡ କଥା ହେଉଛି ଯେ, ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି । ସେହିପରି ସାମାନ୍ୟ ଆହତ୍ୟ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଚି । ସୂଚନାଯୋଗ୍ୟ ଯେ, ରନୱେରେ ଠିଆ ହୋଇଥିବା ବିମାନରେ ନିଆଁ ଲାଗିବା ପରେ ଚାରିଆଡେ ଧୂଆଁମୟ ସୃଷ୍ଟି ହେଉଥିବା ଜଣାପଡିଛି ।