ଅଜିତଙ୍କ ଦେହାନ୍ତ : ମମତା ବାନାର୍ଜୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ….

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ପରଲୋକ ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମମତା ବାନାର୍ଜୀ। ଏହାସହ ସର୍ବୋଚ୍ଚ ଅଦାଲତଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ ଦାବି କରିଛନ୍ତି।

ବୁଧବାର ସକାଳେ ବାରାମତିରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପୱାରଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇରୁ ଉଡ଼ାଣ ଭରୁଥିବା ବିମାନଟି ସ୍ଥାନୀୟ ସମୟ ୦୮:୪୫ ରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବିମାନରେ ଥିବା କ୍ରୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଜିତଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଷଡ଼ଯନ୍ତ୍ର ହୋଇଥିବା କହିଛନ୍ତି। ଏହା ସହ ସର୍ବୋଚ୍ଚ ଅଦାଲତଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି। ଏହାସହ ଆହୁରି ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି ଯେ, ଅଜିତ ମହାୟୁତି ଗଠବନ୍ଧନରୁ ନିଜକୁ ଦୂରେଇ ରଖୁଥିଲେ।