ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ନୂଆ ନିୟମ । ଆସନ୍ତା ୧୭ରୁ ଘରୋଇ ଦୋକାନ ଖୋଲିବା ସହ ୮ରୁ୯ ପ୍ରତିଶତ ମହଙ୍ଗା ହୋଇପାରେ ମଦ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ସମସ୍ତ ପ୍ରକାର ମଦର ଦାମ୍ ୮ରୁ ୯ପ୍ରତିଶତ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇଜଣେ ମଦ ବ୍ୟବସାୟୀ କହିଛନ୍ତି ଯେ ହୋଲସେଲ ମୂଲ୍ୟରେ ବୃଦ୍ଧି ହେତୁ ମଦ ମୂଲ୍ୟରେ ୫ରୁ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ । ତେବେ କେତେ ବୃଦ୍ଧି ହେବ ତାହା କେବଳ ୨୦୨୧-୨୨ ପାଇଁ ଅବକାରୀ ନୀତି ଅନୁଯାୟୀ ନୂତନ ଖୁଚୁରା ବ୍ୟବସ୍ଥା ଲାଗୁ ହେବା ପରେ ଜଣା ପଡିବ ।