ଆତଙ୍କବାଦୀ ଆକ୍ରମଣ ନେଇ ଏଲଓସିରେ ଆଲର୍ଟ ଜାରି
କିଛି ଆତଙ୍କବାଦୀଙ୍କ ଉପସ୍ଥିତି ଆଶଙ୍କା କରି ସୁରକ୍ଷା ବାହିନୀ ଶିବିର ପରିସରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ….
ନୂଆଦିଲ୍ଲୀ: ଦରହଲ ସେକ୍ଟରର ପରଗାଲ ଅଞ୍ଚ଼ଳରେ ଏକ ସେନା ଶିବିରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ରଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ଅଂଚଳରେ ଏକ ସତର୍କ ସୂଚନା ଜାରି କରାଯାଇଛି । କିଛି ଆତଙ୍କବାଦୀଙ୍କ ଉପସ୍ଥିତି ଆଶଙ୍କା କରି ସୁରକ୍ଷା ବାହିନୀ ଶିବିର ପରିସରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଲାଇନ ଅଫ୍ କଂଟ୍ରୋଲ ନିକଟରେ ଥବବା ଦହଲ ସେକ୍ଟରର ପାରଗଲ ଅଂଚଳରେ ଏକ ସେନା କ୍ୟାମ୍ପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । କିଛି ସମୟ ପରେ ଉଭୟ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । ଗୁଳି ବିନିମୟରେ ତିନିଜଣ ସେନା କର୍ମଚାରୀ ସହିଦ ହୋଇଥିବା ବେଳେ ଆତଙ୍କବାଦୀଙ୍କ ଗୁଳି ଯୋଗୁଁ ଅନ୍ୟ ଦୁଇଜଣ ଆହତ ହୋଇଥିଲେ ।