ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଅଧିକ ସତର୍କତା ଅବଲମବନ କରିବା ପାଇଁ ପରାମର୍ଶ ଜାରି କରିଛନ୍ତି । କେନ୍ଦ୍ର ସରକାର ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ମିଜୋରାମକୁ ଆଲର୍ଟ କରିଛି । ସରକାର କହିଛନ୍ତି ଯେ ଏହି ରାଜ୍ୟଗୁଡିକରେ ଭାଇରସ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି । ଆବଶ୍ୟକ ପଡିଲେ ବଡ ପଦକ୍ଷେପ ନେବା ପାଇଁ ମଧ୍ୟ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଚିଠି ଲେଖି ଦିଲ୍ଲୀ ଓ ଅନ୍ୟ ୪ ରାଜ୍ୟକୁ ଯାଞ୍ଚ, ଚିହ୍ନଟ, ଚିକିତ୍ସା, ଟିକାକରଣ ଓ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ ନେଇ ପାଞ୍ଚ ସୂତ୍ରୀୟ ରଣନୀତି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ପତ୍ରରେ ଭିଡ ସ୍ଥାନରେ ମାସ୍କ ପିନ୍ଧିବାକୁ ଆଦେଶ ଦେଇଛନ୍ତି ।