ଯମଜ ସନ୍ତାନଙ୍କ ମା’ ହେବେ ଆଲିଆ!

ତେବେ ଏନେଇ ଏହି ଷ୍ଟାର୍‌? କପଲଙ୍କ ପକ୍ଷରୁ କୌଣସି ରୂପେ ଘୋଷଣା ହୋଇନାହିଁ….

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ରଣବୀର-ଆଲିଆଙ୍କ ଘରକୁ ଆସିବେ କୁନି ଅତିଥି । ତେବେ ଗୁଡ ନ୍ୟୁଜ ଦେଇଥିବା ଆଲିଆ କୁଆଡେ ଡବଲ ଖୁସି ଦେବେ । ସେ ଯମଜ ସନ୍ତାନର ମା’ ହେବେ । ଏହି ଖବର ଏବେ ଭାଇରାଲ ହେବାରେ ଲାଗିଛି । ରିପୋର୍ଟ ମୁତାବକ, ଯାଆଁଳା ସନ୍ତାନର ବାପା-ମା’ ହେବେ ଆଲିଆ-ରଣବୀର । ତେବେ ଏନେଇ ଏହି ଷ୍ଟାର୍‌? କପଲଙ୍କ ପକ୍ଷରୁ କୌଣସି ରୂପେ ଘୋଷଣା ହୋଇନାହିଁ । କିନ୍ତୁ ନିକଟରେ ରଣବୀର ଏକ ଶୋ’ରେ ଯୋଗ ଦେଇ ଏକ ହିଣ୍ଟ ଦେଇଥିଲେ । ଏକ ଶୋ’ରେ ଯୋଗ ଦେଇ ରଣବୀର କହିଥିଲେ, ‘ମୁଁ ଝିଅ ଚାହେଁ ଓ ଆଲିଆଙ୍କୁ ପୁଅ ପସନ୍ଦ । ରଣବୀର-ଆଲିଆ ଟ୍ୱିନ ବେବି ହେବାକୁ ଯାଉଥିବା ଖବର ଜଣାପଡିବା ପରେ ଏବେ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରିଯାଇଛି ।