ରାଜଧାନୀରେ ସମସ୍ତ ଘରୋଇ ଅଫିସ ବନ୍ଦ!

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋଭିଡ ମାମଲା । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଅଫିସ, ରେଷ୍ଟୁରାଣ୍ଟ ଏବଂ ବାର ବନ୍ଦ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସେହିପରି ସବୁ ବେସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଦିଲ୍ଲୀ ଡିଡିଏମ୍‌ଏ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ସାମଗ୍ରୀର ହୋମ୍‌ ଡେଲିଭରୀ କରାଯିବ ।

ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ରାଜଧାନୀରେ କେବଳ କୋର୍ଟ, ଟ୍ରିବ୍ୟୁନାଲ, କମିଶନ, ଆଇନଜୀବୀଙ୍କ କାର୍ଯ୍ୟାଳୟ, କୋରିଅର୍‌ ସେବା ଆଦି କାର୍ଯ୍ୟାଳୟ ଖୋଲିପାରିବ ବୋଲି ଡିଡିଏମ୍‌ଏ ପକ୍ଷରୁ ସୂଚନା ମିଳିଛି ।