ଜାନୁୟାରୀ ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ

ୟୁପି: ଉତ୍ତରପ୍ରଦେଶ ସରକାର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଆସନ୍ତା ଜାନୁଆରୀ ୩୦ ଯାଏଁ ଏହି କଟକଣା ଜାରି ରହିବ । ଏହି ସମୟ ମଧ୍ୟରେ ଅନଲାଇନ୍‌ କ୍ଲାସ୍‌ ଜାରି ରହିବ । ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାକାର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।