ଜାମ୍ମୁ: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି । ଫଳରେ କ୍ୟାମ୍ପରୁ ଆଉ କୌଣସି ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ ଅଘଟଣ ଘଟିଥିଲା । ମୂଷଳଧାରାରେ ବର୍ଷା ଆସିବାରୁ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନନ ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି । ତେଣୁ କୌଣସି ନୂଆ ବ୍ୟାଚକୁ ଅମରନାଥ ଯିବାକୁ ଅନୁମତି ଦିଆଯାଇ ନାହିଁ ।