ଅଶାନ୍ତ ଆମେରିକା: ପୁଣି ଫୁଟିଲା ଗୁଳି, ଜଣେ ମୃତ

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି । ୱାଶିଂଟନର ରେଣ୍ଟନ ସହରରେ ଗୁଳିକାଣ୍ଡ….

ନୂଆଦିଲ୍ଲୀ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି । ୱାଶିଂଟନର ରେଣ୍ଟନ ସହରରେ ଗୁଳିକାଣ୍ଡ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ଆମେରିକାରେ ୩୦୨ଟି ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।

ଉଲ୍ଲେଖଯୋଗ୍ୟ, ଗତ ମେ’ ୨୪ରେ ଟେକ୍ସାସରେ ଥିବା ଏକ ସ୍କୁଲରେ ଗୁଳିମାଡ ହୋଇଥିଲା । ଏଥିରେ ୧୯ ଶିଶୁଙ୍କ ସମେତ ଅନେକ ପ୍ରାଣ ହରାଇଥିଲେ । ସେହିପରି ଜୁନ ୧ରେ ଓକ୍ଲାହୋମାର ତୁଲସା ସହରରେ ଥିବା ଏକ ହସ୍ପିଟାଲ ପରିସରରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।