ତାଇୱାନ ଠାରେ ଯୁଦ୍ଧ ଜାହାଜ ମୁତୟନ କଲା ଆମେରିକା
ତାହା ସହିତ ଅନେକ କେସି ଟ୍ୟାଙ୍କର ମଧ୍ୟ ପହଞ୍ଚିଛି ଯାହା କି ଆକାଶ ମାର୍ଗରେ ତୈଳ ପୂର୍ଣ୍ଣ କରିପାରିବ……
ନୂଆଦିଲ୍ଲୀ : ଚୀନର ଧମକ ସତ୍ତେ୍ୱ୍ୱ ଆମେରିକା ସେନା ତାଇୱାନର ରକ୍ଷା ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି । ଆମେରିକା ସେନା ପକ୍ଷରୁ ନୌସେନା ତାହାର ମହାବିନାଶକ ଏୟାରକ୍ରାଫ୍ଟ କ୍ୟାରିଅର ଏବଂ ବିଶାଳ ପ୍ଲେନକୁ ତାଇୱାନର ସୀମା ନିକଟରେ ମୃତୟନ କରିଛି । ତାଇୱାନର ପକ୍ଷରୁ ଜୋର ଦିଆଯାଇଛି ଯେ ଚୀନର ଯେକୌଣସି ପ୍ଲାନକୁ ବିଫଳ କରିବା ଲାଗି ଆମେରିକା ତାଙ୍କ ଦେଶ ସହିତ ସଂପୂର୍ଣ୍ଣ ସହଯୋଗ କରୁଛି । ସେହିପରି ଚୀନ ପକ୍ଷରୁ ଧମକ ଦିଆଯାଇଛି ଯେ ଯଦି ଦେଶ ପେଲୋସି ତାଇୱାନ ଯା’ନ୍ତି ତେବେ ତାହାର ସେନା ଚୁପ ହୋଇ ବସିବ ନାହିଁ ।
ଚୀନର କାର୍ଯ୍ୟାନୁଷ୍ଠାନ ଧମକ ଦ୍ୱାରା ସଂପୂର୍ଣ୍ଣ ପୂର୍ବ ଏସିଆରେ ଅଧିକ ଉତ୍ତେଜନା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କର ତୃତୀୟ କାର୍ଯ୍ୟକାଳ ସମୟରେ ଘରୋଇ କ୍ଷେତ୍ରରେ କଡ଼ା ମୁକାବିଲାର ସାମ୍ନା କରୁଛନ୍ତି । ଆମେରିକାର ୨ଟି ଏଚସି ୧୩୦ ଯୁଦ୍ଧ ବିମାନ ମଧ୍ୟ ଓକିନାଭାରେ ପହଞ୍ଚି ସାରିଛି । ତାହା ସହିତ ଅନେକ କେସି ଟ୍ୟାଙ୍କର ମଧ୍ୟ ପହଞ୍ଚିଛି ଯାହା କି ଆକାଶ ମାର୍ଗରେ ତୈଳ ପୂର୍ଣ୍ଣ କରିପାରିବ ।