ୟୁକ୍ରେନକୁ ଆମେରିକା ପଠାଇଲା ଜୀବନ ରକ୍ଷାକାରୀ ସାମଗ୍ରୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ଏହି ଯୁଦ୍ଧକୁ ଏକ ମାସରୁ ଅଧିକ ଦିନ ହେବ ଚାଲିଛି । ରୁଷ ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକ ଧନଜୀବନ କ୍ଷତି ହେଲାଣି । ଏହାର ମଧ୍ୟରେ ୟୁକ୍ରେନ ମଧ୍ୟ ରୁଷକୁ କଡା ଜବାବ ଦେଉଛି । ୟୁକ୍ରେନ ଏଇ ନିକଟରେ ରୁଷର ଏକ ତୈଳ ଡିପୋରେ ଏୟାର ଷ୍ଟ୍ରାଇକ କରିଥିଲା । ଅନ୍ୟପକ୍ଷରେ ରୁଷ ପକ୍ଷରୁ ୟୁକ୍ରେନର ଅନେକ ସହର ଦଖଲ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ଏବେସୁଦ୍ଧା ସଫଳ ହୋଇନାହିଁ । ଯାହାକୁ ନେଇ ଏବେ ରୁଷ ଅଧିକ ଆକ୍ରାଣାତ୍ମକ ହୋଇପଡିଛି ।

ଅନ୍ୟପକ୍ଷରେ ରୁଷ ପରମାଣୁ ଓ କେମିକାଲ ଆକ୍ରମଣର ଭୟ ଦେଖାଇଛି । ଏହା ମଧ୍ୟରେ ରୁଷ କେମିକାଲ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ କରି ଆଗୁଆ ୟୁକ୍ରେନକୁ ଆମେରିକା ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଇବା ଆରମ୍ଭ କରିଛି । ଏନେଇ ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି ଯେ,ରୁଷ ଯେକୌଣସି ସମୟରେ ୟୁକ୍ରେନରେ କେମିକାଲ ଆକ୍ରମଣ କରିପାରେ ଯାହାକୁ ଦୃଷ୍ଟିରେ ରଖି ଆମେରିକା ଏହି ସହାୟତା ଆଗୁଆ ଯୋଗାଇ ଦେଇଛି ।