ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ଏହି ୱାରେଣ୍ଟି ଜାରି କରିଛି ଭୋପାଳ କୋର୍ଟ । ଅମିଶାଙ୍କ ବିପକ୍ଷରେ ଏକ ଚେକ୍ ବାଉନ୍ସ କେସ୍ ରହିଛି । ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୪ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅମିଶାଙ୍କ ବିପକ୍ଷରେ ୩୨.୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସର ମାମଲା ଚାଲୁଛି । ଏହି ମାମଲା ୟ୍ୟୁଟିଏଫ ଟେଲିଫିଲ୍ମ୍ସ ପ୍ରାଇଭେଟ ଲିମିଟେଡ ଦାୟର କରିଛି । ତାଙ୍କ ଅଭିଯୋଗ ଅନୁଯାୟୀ ଅମିଶା ଫିଲ୍ମୀ ନିର୍ମାଣ କରିବା ପାଇଁ ତାଙ୍କଠାରୁ ଟଙ୍କା ଆଣିଥିଲେ । କିନ୍ତୁ ସେହି ଚେକ୍ ବାଉନ୍ସ ହୋଇଥିଲା । ଅନ୍ୟପକ୍ଷରେ ଯଦି ଅମିଶା ଆସନ୍ତା ୪ରେ କୋର୍ଟରେ ହାଜର ହେବେ ନାହିଁ ତେବେ ତାଙ୍କ ବିପକ୍ଷରେ ଆରେଷ୍ଟ ୱାରେଣ୍ଟ ଜାରି କରାଯିବ କହିଛନ୍ତି ।