ବମ୍ବେ: ବିଜେପିର ମାସ୍କ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବୁଝାଉଛି । ମାତ୍ର ଏହି ଦୁଇନେତାଙ୍କ ପ୍ରତ୍ୟେକଟି ଭାଷଣ ଆରମ୍ଭ ହୁଏ ବିଜେପିର ବିକାଶ ଧାରାରୁ । ଭାଷଣ ଶେଷ ହୁଏ ଗାନ୍ଧୀ-ନେହୁରୁ ପରିବାରଙ୍କ ନିକଟରେ ।
ମହାରାଷ୍ଟ୍ରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦାନ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗାନ୍ଧୀ-ନେହୁରୁ ପରିବାର ପ୍ରତି ଏପରି କିଛି ଶବ୍ଦ ପ୍ରୟୋଗ କରିଛନ୍ତି ଯାହା ତାଙ୍କୁ ସମାଲୋଚନାର ପାତ୍ର କରିଛି ।
କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜମ୍ମୁ-କଶ୍ମୀରରେ ନବଗଠିତ ଏନ୍ସି-କଂଗ୍ରେସ ମେଣ୍ଟ ସରକାର ଧାରା-୩୭୦ ପୁନଃ ପ୍ରକରଣ ପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି । କିନ୍ତୁ ମୁଁ ଏଠାରେ ସ୍ପଷ୍ଟ କହି ଦେଉଛି, ରାହୁଲ ବାବାଙ୍କ ଚଉଦ ପୁରୁଷ ସ୍ୱର୍ଗରୁ ଫେରିଆସି ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ ମଧ୍ୟ ଜମ୍ମୁ-କଶ୍ମୀରରେ ଧାରା-୩୭୦ କାର୍ଯ୍ୟକାରୀ କରି ପାରିବେନି ।