କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ବର୍ଷିଲା ବିଧା-ଗୋଇଠା

ଗତକାଲି ନୂଆଦିଲ୍ଲୀର ଫରିଦାବାଦରେ ହୋଲି ମିଳନ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ନେତାମାନେ ପରସ୍ପର ସହ ସଂଘର୍ଷ ହେଇଥିଲା । କଥାବାର୍ତ୍ତା ଗାଳି ଗୁଲଜରୁ ଆରମ୍ଭ ହୋଇ ଏହା ମାଡପିଟକୁ ବଢିଯାଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଅନୁଶାସନ କମିଟିର ଅଧ୍ୟକ୍ଷ ମହେନ୍ଦ୍ର ପ୍ରତାପଙ୍କ ଉପସ୍ଥିତିରେ ପୁରା ଡ୍ରାମା ଘଟୁଥିଲା ।

ବହୁ ମନାଇବା ପରେ ମଧ୍ୟ ଯେତେବେଳେ ମାମଲା ଶାନ୍ତ ହେଇବୀନଥିଲା , ଏମିତି ଘଟଣା ଦେଖି ମହେନ୍ଦ୍ର ପ୍ରତାପ ମଞ୍ଚ ଛାଡିଦେଇଥିଲେ । ଏହି ମାଡପିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଂଗ୍ରେସ ନେତା ସୁମିତ ଗୌର ରବିବାର ସେକ୍ଟର -୧୮ର ହୁଡା ମାର୍କେଟରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟରେ ହୋଲି ମଳନ ସମାରୋହ ଆୟୋଜନ କରିଥିଲେ।