୧୧ ବର୍ଷିୟ ଶାଳକକୁ ଅପହରଣ କରିଥିବା ଉତ୍ତରପୂର୍ବ ଦିଲ୍ଲୀର ଜଣେ ୨୪ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।ସନ୍ଦିଗ୍ଧ ଅପହରଣକାରୀଙ୍କ ନାମ ସମୀର ଓ ସେ ଖଜୁରି ଖାସ୍ର ବାସିନ୍ଦା। ଝଗଡ଼ା କରିବାରୁ ଛୁଆଝିଅକୁ ନେଇ ତାଙ୍କ ସ୍ତ୍ରୀ ଘର ଛାଡ଼ି ବାପଘରକୁ ପଳେଇଥିଲେ । ଅପହରଣ ବାଳକକୁ ଆଗରୁ ଉଦ୍ଧାର କରାଯାଇଥିଲା।
ଡିସିପି ରୋହିତ ମୀନା କହିଛନ୍ତି, ଏଥିରେ କ୍ରୋଧାନ୍ବିତ ହୋଇ ମସୀର ଫେବ୍ରୁଆରି ୨୨ ତାରିଖ ଦିନ ୧୧ ବର୍ଷିୟ ଶଳାକୁ ଅପହରଣ କରି ଆଣିଲେ । ସ୍ତ୍ରୀ ଯଦି ଘରକୁ ନ ଫେରେ ଶଳାକୁ ହତ୍ୟା କରାଯିବ ବୋଲି ଭିଡିଓ କଲ୍ କରି ଶଶୁରଘର ଲୋକଙ୍କୁ ଧମକାଇ ଦେଲେ । ତେଣୁ, ଶଶୁରଘର ଲୋକେ ପୁଲିସରେ ଅଭିଯୋଗ କଲେ ଓ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଗଲା ।
ତେବେ ଚଢ଼ଉ ବେଳେ ଫେବ୍ରୁଆରି ୨୪ ତାରିଖ ଦିନ ଅପହୃତ ବାଳକଟିକୁ ଉଦ୍ଧାର କରାଯାଇଥିଲା। କିନ୍ତୁ, ସେହି ସମୟରେ ସୀମର କୌଶଳକ୍ରମେ ସମୀର ଘଟଣାସ୍ଥଳରୁ ଖସି ପଳାଇଥିଲେ। ବ୍ୟାପକ ତଲାସ କରିବା ପରେ ପୁଲିସ ସନ୍ଦିଗ୍ଧଙ୍କୁ ଖଜୁରି ଖାସ୍ ରେଳଷ୍ଟେସନ୍ରୁ ଗିରଫ କରାଯାଇଛି ।