ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ

ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଇଂଦାପୁର ତାଲୁକାସ୍ଥିତ…

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଇଂଦାପୁର ତାଲୁକାସ୍ଥିତ କଦମବାଡୀରେ ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛଫ ଉକ୍ତ ଘଟଣାରେ ମହିଳା ପାୟଲଟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛିଫ କିନ୍ତୁ ବିମାନର ଅନେକ କ୍ଷତି ଘଟିଛି । ସୂଚନାଯୋଗ୍ୟ, ଉକ୍ତ ବିମାନ ବାରାମତୀରୁ ଉଡାଣ ଭରିଥିଲାଫ ଇତିମଧ୍ୟରେ ଇଂଦାପୁର ତାଲୁକାର କଦମବାଡୀ ପହଞ୍ଚିବା ମାତ୍ରକେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଛି ।