ନୂଆଦିଲ୍ଳୀ : ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁରେ ସମନ ଜାରି ହେବା ପରେ ସୋସିଆଲ ମିଡିଆଠାରୁ ଦୂରେଇ ଯାଇଥିଲେ । ଏବେ ପୁଣିଥରେ ସେ ସୋସିଆଲ ମିଡିଆକୁ ଫେରିଛନ୍ତି । ଏନେଇ ନିକଟରେ ସେ କିଛି ଫଟୋ ଓ ଭିଡିଓ ସେୟାର କରି ପୁଣି ଥରେ ତାଙ୍କ ଫ୍ୟାନମାନଙ୍କ ନିକଟତର ହୋଇଛନ୍ତି । ଏନେଇ ଅନନ୍ୟା ତାଙ୍କ କ୍ୟାପଶନରେ ଲେଖିଛନ୍ତି ବିନା ବର୍ଷାରେ ଆପଣଙ୍କୁ ଇନ୍ଦ୍ରଧନୁ ଦେଖାଯିବ ନାହିଁ । ତେବେ ଅନନ୍ୟା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଛି । ବର୍ତ୍ତମାନ ଅନନ୍ୟା ତାଙ୍କ କାମକୁ ନେଇ ବ୍ୟସ୍ତ ଅଛନ୍ତି । ସେ ବର୍ତ୍ତମାନ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ।