ପୁଣି ଦେଶକୁ ଡରାଇବ କୋଭିଡର ଚତୁର୍ଥ ଲହର

ନୂଆଦିଲ୍ଲୀ : ସାରା ଦେଶରେ କୋଭିଡର ତୃତୀୟ ଲହର ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଏବେ ପୁଣି ଥରେ ଚତୁର୍ଥ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା ଜୁନ ମାସ ସୁଦ୍ଧା ଦେଶରେ କୋଭିଡର ଚତୁର୍ଥ ଲହର ଆସିବ ବୋଲି କହୁଛନ୍ତି । ତେବେ ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରି ନାହିଁ । ସୂଚନାଯୋଗ୍ୟ ଯେ, ଆଇଆଇଟି କାନପୁରର ରିପୋର୍ଟ ଅନୁସାରେ ଚତୁର୍ଥ ଲହର ୪ ମାସ ଧରି ଜାରି ରହିବ ଓ ଅଗଷ୍ଟରେ ଏହା ପିକରେ ରହିବ ।

ଅନ୍ୟପକ୍ଷରେ ସବୁଥର ଆଇଆଇଟି କାନପୁରର ଭବିଷ୍ୟବାଣୀ ସଠିକ ସାବ୍ୟସ୍ତ ହୋଇଥିଲା । ସେହିପରି ସବୁ ଭବିଷ୍ୟବାଣୀ ପାଇଁ ଆଇଆଇଟି ଗଣିତର ମଡେଲକୁ ଉପଯୋଗ କରିଛି । ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ ଆରମ୍ଭ ହେବାର ୯୩୬ ଦିନ ପରେ ଚତୁର୍ଥ ଲହର ଆସିବ । ଏହାମଧ୍ୟରେ ଅନ୍ୟ ଦେଶରେ ମଧ୍ୟ ଚତୁର୍ଥ ଲହର ଆସିପାରେ ବୋଲି ଭବିଷ୍ୟବାଣୀ କରୁଥିବା ଜଣାପଡିଛି ।