ତୈଳଦରରେ ବ୍ରେକ୍‌ ଲାଗୁନି

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତୈଳଦର । ଦୀର୍ଘ ଦିନ ବ୍ୟବଧାନ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଅହେତୁକ ଭାବେ ବୃଦ୍ଧି ପାଉଛି । ସେହିପରି ଡିଜେଲ ଓ ପେଟ୍ରୋଲ ଦର ୯ ଟଙ୍କାରୁ ଅଧିକ ମହଙ୍ଗା ହୋଇସାରିଲାଣି । ସୂଚନାଯୋଗ୍ୟ ଯେ, ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖା ଯାଇଥିଲା । ତେବେ ଏହି ୫ ରାଜ୍ୟରେ ନିର୍ବାଚନ ସରିବା ପରେ ପୁଣି ତୈଳଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ।