ପୁଣି ଭାରତକୁ ଆମେରିକାର ଧମକ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ରୁଷ ମିସାଇଲ ଆକ୍ରମଣରେ ଅନେକ ସହର ଛାରଖାର ହୋଇଛି । ସେହିପରି ରୁଷ ଆକ୍ରମଣରେ ବୁଚା ସହରରୁ କୁଢ କୁଢ ଶବ ପଡିଥିବା ମଧ୍ୟ ସୋସିଆଲ ଭାଇରାଲ ହେବା ପରେ ରୁଷକୁ ଏକଘରକିଆ କରିବାକୁ ଲାଗିପଡିଛନ୍ତି ଅନେକ ଦେଶ । ଏହାମଧ୍ୟରେ ଭାରତ-ରୁଷର ସମ୍ପର୍କକୁ ନେଇ ପୁଣି ବିଚଳିତ ହେଉଛି ଆମେରିକା । ଆମେରିକାର ବାରମ୍ବାର କହିଲା ପରେ ଭାରତ ନିରପେକ୍ଷ ରହୁଛି । ଅନ୍ୟପଟେ ଆମେରିକା ଭାରତକୁ ଚେତାବନୀ ଦେବା ଆରମ୍ଭ କରିଛି । ଆମେରିକା କହିଛି ଯେ ଯଦି ଭାରତ ରୁଷ ସହ ଆଉ ସମ୍ପର୍କ ରଖେ ତେବେ ଏହାର ପରିଣାମ ଖୁବ ଭୟଙ୍କର ହେବ ।

ହ୍ୱାଇଟ ହାଉସ ନ୍ୟାସନାଲ ଇକୋନୋମିକ୍‌ କାଉନସିଲର ନିର୍ଦ୍ଦେଶକ ବ୍ରାୟନ ଡିଜ୍‌ କହିଛନ୍ତି ଯେ, ଭାରତ ପୂର୍ବରୁ କହି ଆସିଛି ରୁଷ ଓ ୟୁକ୍ରେନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବା ଉଚିତ । ଏପରିକି ୟୁକ୍ରେନକୁ ସାହାର୍ଯ୍ୟ କରିବା ପାଇଁ ମାନବୀୟ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛି । ଅନ୍ୟପଟେ ରୁଷ ରିହାତିରେ ଦେଉଥିବା ଇନ୍ଧନ ଓ ତେଲ ନେବା ପାଇଁ ମଧ୍ୟ ଭାରତ ପ୍ରସ୍ତୁତ ଅଛି । ତେବେ ଏହା ମଧ୍ୟ କୁହାଯାଇଛି ଯେ ଭାରତକୁ ମଧ୍ୟ ଚୀନର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆମେରିକାର ସାହାର୍ଯ୍ୟ ଦରକାର କିନ୍ତୁ ରୁଷ ପ୍ରତି ଭାରତର ନିରପେକ୍ଷ ଓ ସ୍ୱତନ୍ତ୍ରତା ପାଇଁ ଆମେରିକା ବର୍ତ୍ତମାନ ଦ୍ୱନ୍ଦରେ ପଡିଯାଇଥିବା କଥା କୁହାଯାଉଛି । ଅନ୍ୟପକ୍ଷରେ ଆମେରିକାର ତରଫରୁ କୂହାଯାଇଛି ଯେ ଭାରତ ଯଦି ରୁଷ୍‌ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରତା କମ କରେ ତେବେ ଆମେରିକା ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ।