ନୂଆଦିଲ୍ଲୀ : ଭାରତରେ ଚିତାବାଘ ବିଲୁପ୍ତ ହୋଇଯାଇଥିଲେ । ତେଣୁ ଭାରତରେ ଏମାନଙ୍କ ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା । ତେବେ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି । ପରସ୍ପର ସହ ସଂଘର୍ଷରେ ଚିତାଟିର ମୃତ୍ୟୁ ହୋଇଯାଇଛି । ଉଲ୍ଲେଖ ଥାଉ କି, ପୂର୍ବରୁ ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ଦୁଇଟି ଚିତାଙ୍କର ମୃତ୍ୟୁ ହୋଇଯାଇଥିଲା, ଆଉ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି ।