ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ: ଜଣେ ମୃତ
ଦିଲ୍ଲୀର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ହୋଇଥିବାରୁ ସେଠାରେ ପରିସ୍ଥିତି ଅଶାନ୍ତ…
ନୂଆଦିଲ୍ଲୀ : ଦିଲ୍ଲୀର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ହୋଇଥିବାରୁ ସେଠାରେ ପରିସ୍ଥିତି ଅଶାନ୍ତ ହୋଇପଡିଛି । ତେବେ ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଦିଲ୍ଲୀର ବୱାନା ଅଞ୍ଚଳରେ ଏକ କାରଖାନାରେ ଓ ମୁସ୍ତାଫାବାଦରେ ଥିବା ଗୋଟିଏ କାରଖାନାରେ ନିଆଁ ଲାଗିଯାଇଛି । ତେବେ ଅଗ୍ନିକାଣ୍ଡର ହୋଇଥିବା ଦୁଇଟି କାରଖାନା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନେଇ ନଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ କହିଛନ୍ତି । ସୂଚନା ପାଇ ଅଗ୍ନିଶମ ବିଭାଗର ଅନେକ ଗାଡି ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦମକଳ କର୍ମଚାରୀମାନେ ନିଆଁ ଲାଗିଥିବା କାରଖାନା ଭିତରୁ ୭ ଜଣଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ତାଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।