ପୁଣି ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା

ସୋମବାର ବିଳମ୍ବିତ ରାତିରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାତି ପାଖାପାଖି ୩ଟା ୩୪ ମିନିଟରେ ଝାଡଖଣ୍ଡ ଚକ୍ରଧରପୁରରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇ ଅନେକ କୋଚ୍ ଲାଇନଚ୍ୟୁତ ହୋଇଛି । ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚକ୍ରଧରପୁର ସ୍ଥିତ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ କୁହାଯାଉଛି ଯେ, ଦୁଇ ଦିନ ପୂର୍ବେ ଏଠାରେ ଏକ ମାଲବାହୀ ଟ୍ରେନ୍ ଚଳାଚଳ କରିଥିଲା, ଯାହାର ୱାଗନ୍ ଟ୍ରାକରେ ଥିଲା। ହାୱାଡା-ମୁମ୍ବାଇ ମେଲ ଅନ୍ୟ ଏକ ଟ୍ରାକରୁ ଆସୁଥିଲା ଏବଂ ଟ୍ରାକରେ ପଡ଼ିଥିବା ଅନେକ କୋଚଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ଅନେକ ବଗି ଟ୍ରାକରୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଚାଲିଛି । ଏହି ଦୁର୍ଘଟଣାରେ ୧୫୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଯାତ୍ରୀ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହାୱଡା ମୁମ୍ବାଇ ରେଳ ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । ସୋମବାର ହାୱଡାରୁ ମୁମ୍ବାଇ ଯାଉଥିବା ଟ୍ରେନ୍ ରାତି ୨ଟା ୩୭ରେ ଟାଟାନଗରରେ ପହଞ୍ଚିଛି । ଏଠାରେ ଦୁଇ ମିନିଟର ଅଟକି ରହିବା ପରେ ଏହା ପରବର୍ତ୍ତୀ ଷ୍ଟେସନ ଚକ୍ରଧରପୁର ଅଭିମୁଖେ ଯାତ୍ରା କଲା, କିନ୍ତୁ ଏହାର ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ୍ ବଡାବାମ୍ବୋ ୩ଟା ୪୫ରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତେବେ ଦୁର୍ଘଟଣା କେମିତି ହେଲା ତଦନ୍ତ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ୟ୍ୟକୁ ଜୋରଦାର କରାଯାଇଛି ।

ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଟାଟାନଗର ପାଇଁ ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪, ଚକ୍ରଧରପୁର ପାଇଁ -୦୬୫୮୭୨୩୮୦୭୨, ରାଉରକେଲା ପାଇଁ – ୦୬୬୧୨୫୦୧୦୭୨, ହାୱଡା ପାଇଁ – ୯୪୩୩୩୫୭୯୨୦ ଏବଂ ରାଞ୍ଚି ପାଇଁ ୦୬୫୧୨୭୮୭୧୧୫ ନଂ କରି ତଥ୍ୟ ପ୍ଧବପାରିବେ ।