ଅନୁରାଗଙ୍କୁ ଟାର୍ଗେଟ କଲେ କାଶ୍ମୀର ଅଭିନେତ୍ରୀ ପଲ୍ଲବୀ

ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେଉଥିବାବେଳେ ‘ଦି କଶ୍ମୀ….

ନୂଆଦିଲ୍ଲୀ: ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେଉଥିବାବେଳେ ‘ଦି କଶ୍ମୀର ଫାଇଲସ’ ହିଟ୍‌ ତାଲିକାରେ ସ୍ଥାନ ପାଇଛି । ମାତ୍ର ୧୫ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରୁ ୩୦୦ କୋଟି ଟଙ୍କା ବ୍ୟବସାୟ କରାଯାଇଛି । ଭାରତରେ ପସନ୍ଦ କରାଯାଇଥିବା ଫିଲ୍ମ କ୍ୟାଟାଗେରୀରେ ଓସ୍କାର ଦୌଡରେ ମଧ୍ୟ ସାମିଲ ହୋଇଛି । ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ଫିଲ୍ମଟି ପସନ୍ଦ ନଆସିବା ସହ ଓସ୍କାରରେ ଯାଉ ବୋଲି ଚାହୁଁ ନଥିଲେ । ଆଉ ଏବେ ଫିଲ୍ମର ଅଭିନେତ୍ରୀ ତଥା ସହନିର୍ମାତା ପଲ୍ଲବୀ ଯୋଶୀ ଅନୁରାଗଙ୍କୁ ଏହାର ଜବାବ ଦେଇଛନ୍ତି । ପଲ୍ଲବୀ କହିଛନ୍ତି ଯେ, ଯଦି କୌଣସି ଫିଲ୍ମ ନିର୍ମାଣ କରିବାରେ ଆପଣଙ୍କୁ ୪ ବର୍ଷ ଲାଗେ ତେବେ ସେହି ଫିଲ୍ମ ଆପଣଙ୍କର ସନ୍ତାନ ଭଳି ହୋଇଯାଏ । ଆପଣ କଦାପି ଚାହିଁବେନି କି କେହି ଆପଣଙ୍କ ପିଲା ବିରୋଧରେ କିଛି କହୁ । ମୁଁ ‘ଦି କଶ୍ମୀର ଫାଇଲସ’ ଫିଲ୍ମକୁ ନେଇ ଖୁବ୍‌ ପଜେସିଭ । ଏଭଳି ସ୍ଥିତିରେ ଯଦି କେହି କୁହେ ଆପଣଙ୍କ ଫିଲ୍ମ ଓସ୍କାର ଯିବା ଯୋଗ୍ୟ ତେବେ ମୋତେ ବହୁତ ଖୁସି ଲାଗିବ ।