ପୁଣି କରୋନା ଆକ୍ରାନ୍ତ ହେଲେ ଅର୍ଜୁନ କପୁର

ମୁମ୍ବାଇ: ବଲିଉଡରେ ଅଭିନେତା ଅର୍ଜୁନ କପୁର ପୁଣି କୋଭିଡ ଆକ୍ରାନ୍ତ ହୋଇଛନ୍ତି । ସେ ଗତବର୍ଷ ସେପ୍ଟେମ୍ବର ମାସରେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ତାଙ୍କ ଭଉଣୀ ଅଂଶୁଲା କପୁର, ରିୟା କପୁର ଓ ତାଙ୍କ ଜ୍ୱାଇଁ କରନ ବୁଲାନୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଅର୍ଜୁନ କରୋନା ପଜିଟିଭ ହେବା ପରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ହେବ ବୋଲି ଜଣାପଡିଛି । ନିକଟରେ ଅର୍ଜୁନ ଖ୍ରୀଷ୍ଟମାସ ପାର୍ଟିପାଇଁ ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକାଙ୍କ ଘରକୁ ଯାଇଥିଲେ । ଏହି ପାର୍ଟିରେ ବହୁ ବଡ ବଡ ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡିଥିଲା ।