ନୂଆଦିଲ୍ଲୀ : ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି ଅର୍ଣ୍ଣବ ଗୋସ୍ଵାମୀ ।
ସୂଚନା ଅନୁସାରେ ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ଜାମିନ ବମ୍ବେ ହାଇକୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି । ଇଣ୍ଟରିଅର ଡିଜାଇନର ଅନଭୟ ନାଏକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ସମେତ ଅନ୍ୟ ୨ଜଣ ଫିରୋଜ ସୈଖ ଏବଂ ନୀତିଶ ଶାରଦାଙ୍କୁ ଗିରଫ କରିଛି ଆଲିବାଗ ପୋଲିସ । ନଭେମ୍ବର ୪ ତାରିଖରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅର୍ଣ୍ଣବ ଗୋସ୍ବାମୀ । ତେବେ ଅର୍ଣ୍ଣବ ଶନିବାର ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ସୁଦ୍ଧା ତାହାକୁ ଖାରଜ କରିଦେଇଛନ୍ତି କୋର୍ଟ । ଜାମିନ ପାଇଁ ପୁନଶ୍ଚ ସେସନ କୋର୍ଟରେ ଆବେଦନ କରିବାକୁ ଅର୍ଣ୍ଣବଙ୍କୁ କୋର୍ଟ କହିଛନ୍ତି