ବିହାର: ବିହାରରେ ଛପରାର ନଗରା ଥାନା ଅଞ୍ଚଳ ଅନ୍ତର୍ଗତ କୋଡ଼ାଇବାଗ ସ୍ଥିତ ମସଜିଦ ପାଖରେ ବାଣ ଫ୍ୟାକ୍ଟରି ରିୟାଜ ମିୟାଁଙ୍କ ଘରେ ବିସ୍ଫୋରଣ ହେବାପରେ ସମ୍ପୂର୍ଣ୍ଣ ଘର ପୋଡ଼ି ନଷ୍ଟ ହୋଇଯାଇଛି । ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବଢ଼ିପାରେ । ସେହିପରି ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡିଛି ।