ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଝଟକା

ସାକ୍‌ସୀ ନ୍ୟୁଜ୍‌ ବ୍ୟୁରୋ: ଜାମିନ ଉପରେ ଲାଗିଲା ରୋକ । ସାମୟିକ ରୋକ ଲଗାଇଛନ୍ତି ହାଇକୋର୍ଟ । ଶୁଣାଣି ନସରିବା ପର୍ୟ୍ୟନ୍ତ ହୋଇପାରିବନି ବେଲ । ତଳକୋର୍ଟର ଜାମିନ ପ୍ରକ୍ରିୟାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଇଡି । ଇଡି ଆବେଦନ ଉପରେ ଶୁଣାଣି ନସରିବା ଯାଏଁ ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁରୁବାର କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଦିଲ୍ଲୀ କୋର୍ଟ । ଦିଲ୍ଲୀ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲା ଇଡି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା କେଜରିୱାଲଙ୍କୁ ଦିଲ୍ଲୀର ରୋଜ ଆଭେନ୍ୟୁ କୋର୍ଟ ଆଜି ଜାମିନ ପ୍ରଦାନ କରିଥିଲେ ।

କେଜରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡରେ ଜାମିନ୍ ମିଳିଛି। ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ତଳ କୋର୍ଟରେ ଏହି ମାମଲାରେ ପକ୍ଷ ରଖିବାକୁ ପର୍ୟ୍ୟାପ୍ତ ସମୟ ଦିଆଯାଇନଥିଲା । ଲିଖିତ ଜବାବ ରଖିବାକୁ ମଧ୍ୟ ସମୟ ମିଳିନଥିଲା। ଯାହା ଆଦୌ ଠିକ୍ ନୁହେଁ । ଏବେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି। ତେବେ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳୁଛି କି ନାହିଁ, ତା ଉପରେ ନଜର । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ କେଜରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଋଊ) । ଏହା ପୂର୍ବରୁ ଗତ ସାଧାରଣ ନିର୍ବାଚନ ବେଳେ ସୁପ୍ରିମକୋର୍ଟ ତାଙ୍କୁ ଗୋଟିଏ ଥର ଅନ୍ତରୀଣ ଜାମନ୍ ମଧ୍ୟ ପ୍ରଦାନ କରିଥିଲେ ।