ପାଗ ସଫା ହେବାରୁ ଅମରନାଥ ଯାତ୍ରା ସୁଚାରୁ ରୂପେ ଜାରି
ଦୁଇଦିନ ଖରାପ ପାଗ ଲାଗି ବାଲଟାଲ ପଟୁ ଅମରନାଥ ଯାତ୍ରା ବନ୍ଦ ରହିବା ପରେ ପୁଣିଥରେ ଆରମ୍ଭ ହୋଇଛି….
ଜାମ୍ମୁ : ପାଗ ସଫା ରହିବାରୁ ଅମରନାଥ ଯାତ୍ରା ବାଲଟାଲ ତଥା ପହଲଗାମ ମାର୍ଗରୁ ସୁଚାରୁ ରୂପରେ ଜାରି ରହିଛି । ସେହିପରି ଜାମ୍ମୁରୁ ମଧ୍ୟ ୫୯୭ ଶ୍ରଦ୍ଧାଳୁଙ୍କ ଜନ୍ଥା ଘାଟି ପଟୁ ଯାତ୍ରା ଆରମ୍ଭ କରାଯାଇଛି । ଦୁଇଦିନ ଖରାପ ପାଗ ଲାଗି ବାଲଟାଲ ପଟୁ ଅମରନାଥ ଯାତ୍ରା ବନ୍ଦ ରହିବା ପରେ ପୁଣିଥରେ ଆରମ୍ଭ ହୋଇଛି । ବାଲଟାଲରୁ ୧୫୦୦ ଶ୍ରଦ୍ଧାଳୁଙ୍କ ଅମରନାଥର ପବିତ୍ର ଗୁମ୍ଫା ଆଡ଼କୁ ଯାତ୍ରା କରାଯାଇଥିବାବେଳେ ପହଲଗାମରୁ ଯାତ୍ରା ଆରମ୍ଭ କରାଯାଇଛି ।