ନୂଆଦିଲ୍ଲୀ: ଆସାମରେ କାଳବୈଶାଖୀର ତାଣ୍ଡବ ରଚିଛି । କାଳବୈଶାଖୀ ବେଳେ ବଜ୍ରାଘାତ ଓ ବର୍ଷା ଯୋଗୁ ୧୪ ଜଣଙ୍କର ମୃତ୍ୟୁ ହେବା ସହ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୫ ହଜାର ୮୦୯ ଛପର ଘର ଓ ୬୫୫ ପକ୍କା ଘର ଆଂଶିକ ଭାବେ କ୍ଷତି ହୋଇଛି । ଆସାମ ଏଏସଡିଏମଏ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏପ୍ରିଲ ୧୪ରୁ ୧୫ ଭିତରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡେବ୍ରୁଗଡ, ବରପେଟା, ଗୋଲପରା, କାମରୁପ, ନଳବାରୀ, ଚିରାଙ୍ଗ, ଡରାଙ୍ଗ, ଚାଚର, ଗୋଲାଘଶଟ, କାର୍ବି ଆଙ୍ଗଲୋଙ୍ଗ, ଉଦଳଗୁରି, କାମରୁପ ଜିଲ୍ଲାରେ କାଳବୈଶାଖୀ ଦେଖିବାକୁ ମିଳିଛି । ଏହି କାଳବୈଶାଖୀ ଯୋଗୁଁ ୨୦ ହଜାର ୨୮୬ ଲୋକ ପ୍ରଭାବିତ ହୋଇଛନ୍ତି ।