ପାଠ ପଢିବା ବୟସରେ ଘର ଚଲେଇବା ସହ ଫୁଟପାଥରେ ବସି ପଢ଼ୁଛି ପାଠ 

ଜଣେ ଛୋଟ ଛୁଆର ଭିଡିଓ ଭାଇରାଲହେବ।ରେ ଲାଗିଛି । ଏହି ଭିଡିଓରେ ଶିଶୁ ଜଣଙ୍କୁ ଫୁଟପାଥରେ ବସି ପାଠପଢ଼ୁଥିବା ଦେଖିବାକୁ ମିଳୁଛି। ଶିଶୁର ଫଟୋକୁ ଦିଲ୍ଲୀର ଫଟୋଗ୍ରାଫର ହେରୀ ନିଜର ଇନଷ୍ଟାଗ୍ରାମ ପେଜ‌ରେ ଫେବୃଆରି ୧୬ ତାରିଖରେ ସେୟାର କରିଛନ୍ତି।

ଯାହାକୁ ଏଯାବତ ୧୦ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁ ନିଜର ନାମ ପବନ ବୋଲି କହୁଛି। ପବନ ‌ଫଟୋଗ୍ରାଫର ହେରିଙ୍କ ସହିତ କଥା ହେବା ସମୟରେ କହୁଛି,‘ମୁଁ ଷଷ୍ଠ ଶ୍ରେଣୀ‌ରେ ପାଠପଢ଼େ। ଏଥିସହିତ ପରିବାରକୁ ଦୁଇପଇସା ସାହାଯ୍ୟ କରିବା ହେତୁ କମଳାନଗର ମାର୍କେଟରେ ରବର ବ୍ୟାଣ୍ଡ ବିକ୍ରି କରିଥାଏ। ବାପା କୋଲକାତାରେ ରହୁଥିବା ‌ବେଳେ ମୋ ମା’ ଘରେ ଅଛନ୍ତି।

ଘରେ ସମୟ ମିଳୁ ନଥିବାରୁ ଫୁଟପାଥରେ ବସି ପାଠପଢ଼ିବାକୁ ବାଧ୍ୟ ହେଉଛି। କାରଣ ପାଠପଢ଼ି ବଡ଼ ମଣିଷ ହେବାର ଆଶା ରଖିଛି।’ଏତେ କମ ବୟସରେ ପାଠପଢ଼ା ସହିତ ପରିବାରକୁ ସମ୍ଭାଳୁଥିବା ଶିଶୁକୁ ଦେଖି ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।