ମୁମ୍ବାଇ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ହଜାର ୮୪୦ କୋଟି ଟଙ୍କାରେ ନିର୍ମିତ ‘ଅଟଲ ବିହାରୀ ବାଜପାୟୀ ସେୱାରୀ-ନାଭା ସେବା ଅଟଲ ସେତୁ’କୁ ଲୋକାର୍ପଣ କରିଛନ୍ତି । ଭାରତର ସର୍ବାଧିକ ଲମ୍ବବିଶିଷ୍ଟ ସାମୁଦ୍ରିକ ସେତୁ ଭାବେ ‘ଅଟଲ ସେତୁ’ ନୂଆ ପରିଚୟ ପାଇଛି ।
Atal Setu, a pioneering project that will transform infrastructure in Mumbai! Happy to have inaugurated it yesterday: tweets PM @narendramodi #AtalSetu pic.twitter.com/87iC9fPxCy
— DD News (@DDNewslive) January 13, 2024
ଏହି ସେତୁ ଫଳରେ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦର ସହିତ ନାଭି ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦର ଯୋଡ଼ି ହୋଇଯାଇଛି । ତା’ ସହିତ ମୁମ୍ବାଇରୁ ପୁଣେ, ଗୋଆ ଓ ଦକ୍ଷିଣ ଭାରତକୁ ଯାତ୍ରା ସମୟ ଅନେକାଂଶରେ କମିଯାଇଛି।