ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ଧରୁନାହିଁ । ରୁଷ ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହୋଇଗଲାଣି । ଏହି ଆକ୍ରମଣରେ ମଧ୍ୟରେ ଅନେକ ଜନସାଧାରଣ ଜୀବନ ଯିବା ସହ କେତେକ ୟୁକ୍ରେନ ଛାଡି ଅନ୍ୟ ପଡୋଶୀ ଦେଶକୁ ପଳାଇଛନ୍ତି । ସେହିପରି ଅନେକ ଦେଶ ମଧ୍ୟ ରୁଷ ଉପରେ କଟକଣା ଲଗାଇଥିଲେ ସୁଦ୍ଧା ମସ୍କୋକୁ କୌଣସି ଫରକ ପଡୁନି ।
ଅନେକ ରାଷ୍ଟ୍ର ମଧ୍ୟ କଡା ପ୍ରତିବନ୍ଧକ ଲଗାଇସାରିଛନ୍ତି ଓ ଆଉକିଛି ରାଷ୍ଟ୍ର ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ମଧ୍ୟରେ ଏବେ ଅଷ୍ଟ୍ରେଅଲିଆ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଅଷ୍ଟ୍ରେଲିଆ ମଧ୍ୟ ରୁଷକୁ ଆଲୁମିନା ଓ ବକ୍ସାଇଟ ରପ୍ତାନୀ କରିବ ନାହିଁ । ଅନ୍ୟପକ୍ଷରେ ମାନବିକତା ଦୃଷ୍ଟିରୁ ୟୁକ୍ରେନକୁ ଅଧିକ ଯୁଦ୍ଧାସ୍ତ୍ର ତୁରନ୍ତ ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଅଲିଆରୁ ଏସବୁ କଞ୍ଚା ମାଲ ନେଇ ରୁଷ ଆଲୁମିନିୟମ ଉତ୍ପାଦନ କରୁଥିଲା । ରୁଷ ମାତ୍ର ୨୦% ଆଲୁମିନିୟମ ପାଇଁ ଅଷ୍ଟ୍ରେଲିଆ ଉପରେ ନିର୍ଭର କରେ । ଯଦି ଅଷ୍ଟ୍ରେଲିଆ ଏହି କଟକଣା ଲଗାଇବ ତାହାଲେ ରୁଷ ପାଇଁ ଆଲୁମିନିୟମରେ ଉତ୍ପାଦନରେ ବାଧା ସୃଷ୍ଟି ହୋଇପାରେ ।