ଖୋଲିଲା ବଦ୍ରୀନାଥ ଧାମ

ରବିବାର ବଦ୍ରିନାଥଙ୍କ କବାଟ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ…

ନୂଆଦିଲ୍ଲୀ: ରବିବାର ବଦ୍ରିନାଥଙ୍କ କବାଟ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ପୌରାଣିକ ପରଂପରା ଓ ବିଧିବିଧାନର ସହିତ ବଦ୍ରୀନାଥଙ୍କ କବାଟ ଖୋଲାଯିବା ସହ ମନ୍ଦିରକୁ ଫୁଲରେ ସଜାଯାଇଛି । କେଦାରନାଥ ଧାମ କବାଟ ଖୋଲିବା ସମୟରେ ହଜାର ହଜାର ଭକ୍ତ ଥିଲେ । ସେହିପରି ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ସମୟରେ ଚଳିତ ବର୍ଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ବଦ୍ରୀନାଥ ଧାମରେ ଦୈନିକ ୧୫ ହଜାର, କେଦାରନାଥରେ ୧୨ ହଜାର, ଗଂଗୋତ୍ରୀରେ ୭ ହଜାର ଓ ଯମୁନେତ୍ରୀରେ ୪ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବାବା କେଦାରନାଥ, ଗଂଗୋତ୍ରୀ ଓ ଯମୁନେତ୍ରୀଙ୍କ କବାଟ ଖୋଲିଯାଇଛି ।