ବାଂଲାଦେଶ: ବିଦ୍ୟାଳୟ ଉପରେ ପଡ଼ିଲା ବାୟୁସେନା ଜେଟ୍‌, ୨୭ ମୃତ

ସୋମବାର ଦିନ ପ୍ରାୟ ଗୋଟାଏ ସମୟରେ ବାଂଲାଦେଶ ରାଜଧାନୀ ଢାକା ବିମାନ ଘାଟିରୁ ଉଡାଣ ଆରମ୍ଭ କରିବାର କେଇ ସେକେଣ୍ଡ ଭିତରେ ଏକ ଘରୋଇ ବିଦ୍ୟାଳୟ ପରିସରକୁ ଖସି ପଡ଼ିଥିଲା ବାଂଲା ବାୟୁସେନାର ଏକ ତାଲିମ ପ୍ରଦାନକାରୀ ଜେଟ୍ । ଫଳରେ ଘଟଣାସ୍ଥଳରେ ଚାଲି ଯାଇଥିଲା ୨୭ଟି ଜୀବନ । ୧୭୦ ଜଣରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ମୁତାବକ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ବିମାନଟି ମାଇଲଷ୍ଟୋନ୍ ସ୍କୁଲ ଓ କଲେଜ ପରିସରକୁ ଖସି ପଡ଼ିଲା । ସେନା କହିଛି, ତାଲିମ ପ୍ରଦାନକାରୀ ଏଫ୍‌-୭ ଜେଟ୍ ଦିନ ପ୍ରାୟ ଗୋଟାଏ ୬ ମିନିଟ୍ ସମୟରେ ଉଡ଼ାଣ ଆରମ୍ଭ କରିଥିଲା ।