ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକାଙ୍କ କାର ଦୁର୍ଘଟଣା

କୋଲକାତା: ଟିଏମସି କଂଗ୍ରେସ ନେତା ତଥା ଅଭିନେତ୍ରୀ ସୟନ୍ତିକା ବାନାର୍ଜୀଙ୍କ କାର କୋଲକାତା ଫେରୁଥିବା ବେଳେ ଏକ ଟ୍ରକ୍‌ ସହ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଛି । ଏହି ଘଟଣା ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ପାନାଗଡ ନିକଟ ରାଜବନ୍ଧ ବ୍ରିଜରେ ଘଟିଛି । ପ୍ରକାଶ ଯେ, ଦୁର୍ଘଟଣା ସମୟରେ ସେ ବ୍ୟାଙ୍କୁଡାରୁ କୋଲକାତା ଯିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଯଦିଓ ଗାଡିଟି କ୍ଷତିଗ୍ରସ୍ତ ହୋଇଛି ତେବେ ଅଳ୍ପକେ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଯାଇଛି । ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିନେତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିବା ଟ୍ରକକୁ ଜବତ କରାଯିବା ସହ ଡ୍ରାଇଭରକୁ ଗିରଫ କରାଯାଇଛି ବୋଲି ଜଣାପଡିଛି ।