ଅମ୍ରିତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ଶପଥପାଠ କରାଇଥିଲେ ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ CM । କୁହାଯାଉଛି ଯେ କେବଳ ଭଗବନ୍ତ ମାନ ଆଜି ଶପଥ ନେବେ । ଅବଶିଷ୍ଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ହେବ। ହୋଶିଆରପୁର ଜିଲ୍ଲାର ସହିଦ-ଏ-ଆଜମ ଭଗଓ୍ୱନ୍ତ ସିଂହଙ୍କର ଗାଁ ଖଟକରାଲାନରୋ ହୋଇଥିଲା ଏହି ଶପଥ ଗ୍ରହଣ ଉତ୍ସବ ।