ଗାଜିଆବାଦ : ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି । ସେହ କହିଛନ୍ତି ଯେ, ଯଦି ୟୁପିରେ ସରକାରକୁ ଅସେ ତେବେ ସେ ୧୦ ଟଙ୍କାରେ ସମାଜବାଦି ଥାଳି ଲୋକଙ୍କୁ ଦେବେ । ଏହି ଥାଳିରେ ରହିବ ସୁସ୍ୱାଦ ତଥା ପୁଷ୍ଟିକର ଖାଦ୍ୟ । ଏହା ସହ ସେ ପୁଣି କହିଛନ୍ତି ଯେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ ।
ଅନ୍ୟପକ୍ଷରେ ଅଖିଳେଶ ବିଜେପିକୁ ଟାର୍ଗେଟ କରିଛି । ସେ କହିଛନ୍ତି ଯେ, ବିଜେପି ଚାଷୀଙ୍କୁ ବୁଝିପାରିଲା ନାହିଁ । ସେମାନେ କହିଛନ୍ତି ଯେ ସେମାନେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେଉଛନ୍ତି । କିନ୍ତୁ ୮୦ କୋଟି ଲୋକଙ୍କୁ ବେକାର କରାଯାଇଛି ବୋଲି ସେମାନେ କୁହନ୍ତି ନାହିଁ ।