ଜାମସେଦପୁର ଟାଟା ଷ୍ଟିଲରେ ବଡ ବିସ୍ଫୋରଣ

ଜାମସେଦପୁ(ଏସ୍ ନ୍ୟୁଜ): ଲୌହ ନଗରୀ ଜାମସେଦପୁର ସାକଚି ଅଞ୍ଚଳରେ ଥିବା ଟାଟା ଷ୍ଟିଲରେ ସୋମବାର ଦିନ ବଡ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ କମ୍ପାନୀ ପରିସରରେ ବିଭିନ୍ନ ଜାଗାରେ ନିଆଁ ଲାଗିଯାଇଛି। ନିଆଁ ନିୟନ୍ତ୍ରଣ କରିବାକୁ ଦମକଳ ଗାଡି ଡକାଯାଇଥିଲା। ତେବେ ବିସ୍ଫୋରଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗରମ ମେଟାଲ ଟାଙ୍କିରେ ପକାଇବା ପରେ କିଛି ଅଘଟଣ ଘଟିଥିଲା ଓ ସେଥିପାଇଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କିଛି ଗାଡିରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଛନ୍ତି।