ପୋଲିସକୁ ବଡ ସଫଳତା: ଦୁଇ ଆତଙ୍କୀ ଗିରଫ

କାଶ୍ମୀର ଜୋନ ପୁଲିସର ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଛନ୍ତି….

ଶ୍ରୀନଗର : ଜମ୍ମୁ-କଶ୍ମୀର ପୁଲିସକୁ ବଡ ସଫଳତା । ଲସ୍କର-ଏ-ତୋଏବା ଓ ଟିଆରଏଫର ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କଲା ଶ୍ରୀନଗର ପୁଲିସ । ଏଥି ସହ ସେମାନଙ୍କ ନିକଟରୁ ବିପୁଳ ମାରଣା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏନେଇ କାଶ୍ମୀର ଜୋନ ପୁଲିସର ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଛନ୍ତି । ଗିରଫ ହୋଇଥିବା ୨ ଆତଙ୍କୀଙ୍କ ଠାରୁ ୧୫ଟି ବନ୍ଧୁକ, ୩୦ଟି ମାଗାଜିନ, ୩୦୦ ରାଉଣ୍ଡ ଅଫୁଟା ଗୁଳି ଓ ସାଇଲେନ୍ସର ଜବତ କରାଯାଇଥିବା ଜଣାପଡିଛି ।