୧୬ରୁ ପ୍ରୟାଗରାଜରେ ତିନିଦିନ ପାଇଁ ପକ୍ଷୀ ମହୋତ୍ସବ

ଚଳିତ ମାସ ୧୬ ତାରିଖରୁ ତିନିଦିନ ପାଇଁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନେ ଉକ୍ତ ମହୋତ୍ସବରେ ଭଳିକି ଭଳି ପକ୍ଷୀ ଦେଖିବାର ସୁଯୋଗ ପାଇବେ, ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଓ ସେମାନଙ୍କ ସମ୍ପର୍କରେ ବହୁ କିଛି ତଥ୍ୟ ବିଶେଷଜ୍ଞଙ୍କ ମିଳିପାରିବ ବୋଲି ଭାରତ ସରକାର ଆଶା ପ୍ରକାଶ କରିଛନ୍ତି ।

ଲୋକମାନେ ପକ୍ଷୀ ସଂରକ୍ଷଣ ବିଷୟରେ ଜ୍ଞାନ ଆହରଣ କରିପାରିବେ। ଉକ୍ତ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାଗତ କାର୍ଯ୍ୟକଳାପ ମାଧ୍ୟମରେ ପରସ୍ପର ଭାବ ବିନିମୟ କରିବାର ସୁଯୋଗ ରହିଛି ।

ଫଟୋଗ୍ରାଫି, ଚିତ୍ରକଳା, ସ୍ଲୋଗାନ ଲିଖନ, ବିତର୍କ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଛି। ବହୁ ଜାତୀୟ ଏବଂ ଆନ୍ତର୍ଜାତିକ ପକ୍ଷୀବିଜ୍ଞାନୀ, ପରିବେଶବିତ୍ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ ଏକାଧିକ ଆଲୋଚନାରେ ଭାଗ ନେବାର ଅଛି ।