ରାମ ମନ୍ଦିର ପାଇଁ ରାମ ଭକ୍ତଙ୍କ ଆର୍ଥିକ ସହାୟତା-shaksi news

ଉତ୍ତରପ୍ରଦେଶ: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏବେ ଏହି କାର୍ଯ୍ୟକୁ ଆହୁରି ତ୍ଵରାନିତ୍ଵ କରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଶ୍ୱ ହିନ୍ଦୁ ପରିଷଦ । ଦେଶରେ ହେବାକୁ ଥିବା ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ସମସ୍ତ ରାମ ଭକ୍ତଙ୍କ ଠାରୁ ଆର୍ଥିକ ସହଯୋଗ ନିଆଯିବ । ଆସନ୍ତା ୧୫ ଜାନୁଆରୀ ଅଥାର୍ତ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂରା ଦେଶବ୍ୟାପୀ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଉପସଭାପତି ତଥା ।

ସାମ୍ବାଦିକ ସମ୍ମିଳନୀ କରି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ପାଇଁ ପ୍ରତ୍ୟେକ ରାମଭକ୍ତଙ୍କ ଠାରୁ ସହଯୋଗ ନିଆଯିବ । ଶ୍ରୀରାମଙ୍କର ଏହି ମନ୍ଦିର ନିର୍ମାଣ ପାଇଁ ଯେଉଁ କଷ୍ଟ କରିବାକୁ ପଡିଛି ତାହାର ଇତିହାସ ଲୋକଙ୍କ ପାଖରେ ପହଞ୍ଚାଯିବ । ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକତ୍ତା ଏହି ବାର୍ତ୍ତା ନେଇ ଦେଶର ୪ ଲକ୍ଷ ଗାଁରେ ପହଞ୍ଚିବେ । ୧୧ କୋଟି ପରିବାରକୁ ଭେଟିବା ସହ ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ମନ୍ଦିରର ଇତିହାସ ବାବଦରେ ଅବଗତ କରାଇବେ।

ସେହିଭଳି ଏହି ଅଭିଯାନରେ ରାମଭକ୍ତ ମାନେ ସ୍ୱଇଚ୍ଛାରେ ଆର୍ଥିକ ସହାୟତା ପ୍ରଦାନ କଲେ ସ୍ୱୀକାର କରାଯିବ । ଆଉ ଏଥିପାଇଁ ୧୦, ୧୦୦ ଓ ୧୦୦୦ ଟଙ୍କିଆ କୁପନ ଜାରି କରାଯିବ । ଯେଉଁ କୁପନରେ ଦିବ୍ୟ ମନ୍ଦିରର ଚିତ୍ର ରହିବ । ତେଣୁ ଏହି କୁପନ ମାଧ୍ୟମରେ ଭବ୍ୟ ଶ୍ରୀରାମ ମନ୍ଦିରର ଚିତ୍ର ଅଧା ଭାରତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୪ କୋଟି ୧୦ ଟଙ୍କିଆ କୁପନ, ୮ କୋଟି ୧୦୦ ଟଙ୍କିଆ କୁପନ ଓ ୧୨ ଲକ୍ଷ ହଜାର ଟଙ୍କିଆ କୁପନ ଜାରି କରାଯିବ ।